୨୪ଘଣ୍ଟାରେ ୫୪,୩୬୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ଓ ୬୯୦ ମୃତ

ନୂଆଦିଲ୍ଲୀ, ୨୩/୧୦: ଦେଶରେ ଧିରେ ଧିରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଛି । ଗତ ୨୪ଘଣ୍ଟାରେ ୫୪,୩୬୬ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୯୦ ଜଣଙ୍କର ମୃତ୍ୟୁ ଘଟିଛି । ଏହାସହ ଦେଶରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୭,୬୧,୩୧୨କୁ ବୃଦ୍ଧି ପାଇଛି ଓ କରୋନା ଜନିତ ମୃତ୍ୟୁସଂଖ୍ୟା ୧,୧୭,୩୦୬ ରେ ପହଞ୍ଚିଛି । ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୬୯,୪୮,୪୯୭ ସୁସ୍ଥ ହୋଇଛନ୍ତି । କିନ୍ତୁ ଏବେ ବି ବିଭିନ୍ନ ହସ୍ପିଟାଲରେ ୬,୯୫,୫୦୯ ଜଣ କରୋନା ରୋଗୀ ଚିକିତ୍ସାଧୀନ ରହିଛନ୍ତି ।