ମାଟ୍ରିକର ମୂଲ୍ୟାୟନ ପଦ୍ଧତି ଉପରେ ବାଜିଲା ମୋହର

ଭୁବନେଶ୍ୱର, ୭/୫: ରାଜ୍ୟରେ କୋଭିଡ ସଂକ୍ରମଣ ଯୋଗୁଁ ମାଟ୍ରିକ ବୋର୍ଡ଼ ପରୀକ୍ଷା ବାତିଲ କରାଯାଇଥିଲା। କିପରି ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ ଭାରିବା ସେନେଇ ଅଭିଭାବକ, ଛାତ୍ରଛାତ୍ରୀ ଓ ଶିକ୍ଷକ ମାନେ ଚିନ୍ତାରେ ଥିଲେ। କିନ୍ତୁ ଆଜି ଛାତ୍ରଛାତ୍ରୀ ଙ୍କ ମାଟ୍ରିକ ମୂଲ୍ୟାୟନ ପଦ୍ଧତିକୁ ପରୀକ୍ଷା ପରିଚାଳନା କମିଟି ମୋହର ମାରିଛି। ଦଶମର ୨ୟ, ୩ୟ ଓ ଚତୁର୍ଥ ଟେଷ୍ଟ ପରୀକ୍ଷା ଆଧାରରେ ଦିଆଯିବ ମାର୍କ । ଏହାସହ ନବମର ଅଧବାର୍ଷିକ ଓ ବାର୍ଷିକ ପରୀକ୍ଷା ମାର୍କକୁ ଆଧାରରେ ନିଆଯିବ ।ନବମର ୪୦ ଓ ଦଶମ ଶ୍ରେଣୀର ୬୦% ୱେଟେଜ୍‌ ଦିଆଯିବ । ପରୀକ୍ଷା ଫଳ ପ୍ରକାଶ ପାଇଁ ୨,୭୬୬ ସ୍କୁଲକୁ ମେଣ୍ଟର ସ୍କୁଲ ଭାବେ ଚିହ୍ନଟ ହୋଇଛି। ପ୍ରଧାନ ଶିକ୍ଷକମାନେ ଅନ୍ୟ ସ୍କୁଲ ସହ ଆଲୋଚନା କରି ମାର୍କ ଦେବେ ବୋଲି ସୂଚନା ମିଳିଛି।

ଏହାପରେ ଯଦି କୌଣସି ଛାତ୍ରଛାତ୍ରୀ ଏହି ମାର୍କରେ ଅସନ୍ତୁଷ୍ଟ ଥିବେ ସେମାନେ ପରେ ପରୀକ୍ଷା ଦେଇ ପାରିବେ । ଜୁନ୍‌ ୩୦ ସୁଦ୍ଧା ମାଟ୍ରିକ ରେଜଲ୍ଟ ପ୍ରକାଶ କରିବାକୁ ଲକ୍ଷ୍ୟ ରଖାଯାଇଥିବା ଜଣାପଡିଛି।