ଶନି ଓ ରବିବାରରେ ୧୧ ଯୋଡ଼ା ସ୍ବତନ୍ତ୍ର ଟ୍ରେନ୍ ବାତିଲ

ଭୁବନେଶ୍ୱର, ୭/୫: ରାଜ୍ୟରେ କରୋନା ସଂକ୍ରମଣ ଅଣଆୟତ ହେବାରେ ଲାଗିଛି। ଏହାରି ମଧ୍ୟରେ କରୋନା ସଂକ୍ରମଣରେ ପ୍ରତିବନ୍ଧକ ପାଇଁ ଶନି ଓ ରବିବାର ଟ୍ରେନ୍ ବାତିଲ କରାଯାଇଛି। ମେ’ ୮,୯, ୧୫ ଓ ୧୬ରେ ୧୧ ଯୋଡ଼ା ସ୍ବତନ୍ତ୍ର ଟ୍ରେନ୍ ବାତିଲ କରାଯିବା ନେଇ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ପୂର୍ବତଟ ରେଳବାଇ ପକ୍ଷରୁ ଏଭଳି ନିଷ୍ପତି ନିଆଯାଇଛି ।

ଭୁବନେଶ୍ବର-କେନ୍ଦୁଝରଗଡ଼-ଭୁବନେଶ୍ବର , ପୁରୀ-ଅନୁଗୁଳ-ପୁରୀ, ଭୁବନେଶ୍ବର-ଭଦ୍ରକ-ଭୁବନେଶ୍ବର , ପୁରୀ-କଟକ-ପୁରୀ, କଟକ-ଭଦ୍ରକ-କଟକ , କଟକ-ପାରାଦୀପ-କଟକ,କଟକ-ଭଦ୍ରକ-କଟକ , ବିଶାଖାପାଟଣା-ରାଇପୁର-ବିଶାଖାପାଟଣା, ଭୁବନେଶ୍ବର-ପଲାସା-ଭୁବନେଶ୍ବର, ରାୟଗଡ଼ା-ସମ୍ବଲପୁର-ରାୟଗଡ଼ା ବିଶେଷ ଟ୍ରେନ ଉଭୟ ପଟୁ ବାତିଲ କରାଯାଇଛି।