ସାଂଘାତିକ ସ୍ଥିତି : ରାଜଧାନୀ ଭୁବନେଶ୍ବରରୁ ଆଜି ୧୦୭୪ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,୫/୫: ରାଜ୍ୟରେ ଏବେ ହୁ ହୁ ହୋଇ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ଆଜି ଓଡ଼ିଶାରେ ୯୮୮୯ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ତନ୍ମଧ୍ୟରୁ ରାଜଧାନୀ ଭୁବନେଶ୍ୱରରୁ ୧୦୭୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ୭୦୮ ଆକ୍ରାନ୍ତଙ୍କ ମଧ୍ୟରୁ ସଂଗରୋଧରୁ ୧୨୮ ଓ ସ୍ଥାନୀୟ ଅଞ୍ଚଳରୁ ୯୪୬ ରୋଗୀ ଚିହ୍ନଟ ହୋଇଛନ୍ତି।ସେହିପରି ଆଜି ୫୯୯ ଜଣ ଆକ୍ରାନ୍ତ ସୁସ୍ଥ ମଧ୍ୟ ହୋଇଛନ୍ତି। ଏହାସହ ଭୁବନେଶ୍ୱରରେ ଆକ୍ରାନ୍ତଙ୍କ ସଂଖ୍ୟା ୪୯,୩୩୦ କୁ ବୃଦ୍ଧି ପାଇଛି। ୩୯,୬୧୫ଜଣ ସୁସ୍ଥ ହୋଇଥିବା ବେଳେ ୨୭୫ ଜଣଙ୍କର ମୃତ୍ୟୁ ଘଟିଛି ଓ ଏବେ ଭୁବନେଶ୍ୱର ରେ ୯୪୧୯ ଆକ୍ଟିିିଭ କେସ ରହିଛି।