କରୋନାରେ ସର୍ବାଧିକ ପ୍ରଭାବିତ ୫ ରାଜ୍ୟରେ କମୁଛି ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ, ୫/୫: ଦେଶରେ ଦ୍ରୁତଗତିରେ କରୋନା ସଂକ୍ରମଣ ବଢି ଚାଲୁଥିବା ବେଳେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସ୍ୱତନ୍ତ୍ର ସଚିବ  ଲବ୍ ଅଗ୍ରୱାଲ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ସେ କହିଛନ୍ତି ଯେ କରୋନାରେ ସର୍ବାଧିକ ପ୍ରଭାବିତ ୫ ରାଜ୍ୟରେ କମୁଛି ଆକ୍ରାନ୍ତଙ୍କ ସଂଖ୍ୟା। ୫ରାଜ୍ୟ ହେଉଛି ମହାରାଷ୍ଟ୍ର, ଦିଲ୍ଲୀ, ଉତ୍ତର ପ୍ରଦେଶ, ଛତିଶଗଡ଼ ଓ ତେଲେଙ୍ଗାନା।

କର୍ଣ୍ଣାଟକ, ପଶ୍ଚିମବଙ୍ଗ ଏବଂ ବିହାରରେ ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ବଢୁଛି। ୧୨ଟି ରାଜ୍ୟରେ ଆକ୍ଟିଭ୍ କେସ୍ ସଂଖ୍ୟା ୧ ଲକ୍ଷରୁ ଅଧିକ ରହିଛି।ମହାରାଷ୍ଟ୍ର, କେରଳ, କର୍ଣ୍ଣାଟକ, ୟୁପି, ଆନ୍ଧ୍ରରେ ଦେଢ ଲକ୍ଷ ଆକ୍ଟିଭ୍ କେସ୍ ରହିଛି।