ରାଜ୍ୟରେ ଆଜି ୧୫ ଜଣଙ୍କ ଜୀବନ ନେଲା କରୋନା

ଭୁବନେଶ୍ୱର, ୪/୫: ରାଜ୍ୟରେ ଏଣିକି ପୁଣିଥରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବା ସହ କରୋନା ଜନିତ ମୃତ୍ୟୁ ସଂଖ୍ୟା ମଧ୍ୟ ବଢୁଛି। ଆଜି ରାଜ୍ୟରେ ୧୫ ଜଣଙ୍କ ଜୀବନ ନେଇଛି କରୋନା । ୧୫ ଜଣଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫ , ରାୟଗଡ଼ାରୁ ୩ ଜଣ, ସୁନ୍ଦରଗଡ଼ ଓ କଳାହାଣ୍ଡି ଜିଲ୍ଲାରୁ ୨ ଜଣ ଲେଖାଏଁ, ସୁବର୍ଣ୍ଣପୁର, ପୁରୀ ଓ କଟକ ଜିଲ୍ଲାରେ ଜଣେ ଲେଖାଏଁ କରୋନାରେ ମୃତ। ଏହାସହ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୨୦୮୮ କୁ ବୃଦ୍ଧି ପାଇଛି ।