ଲକ୍‌ଡାଉନ୍‌ରେ ରାଜ୍ୟବ୍ୟାପୀ ଖୋଲା ରହିବ ସମସ୍ତ ଆହାର କେନ୍ଦ୍ର

ଭୁବନେଶ୍ୱର, ୩/୫ :ରାଜ୍ୟରେ କୋଭିଡ ସ୍ଥିତି ଗମ୍ଭୀର ରହିଛି। କରୋନା ଚେନ ଭାଙ୍ଗିବାକୁ ଲାକଡ଼ାଉନ କରାଯାଇଛି। ଏହି ଲକ୍‌ଡାଉନ୍ ସମୟ‌ରେ ରାଜ୍ୟବ୍ୟାପୀ ସମସ୍ତ ଆହାର କେନ୍ଦ୍ର ଖୋଲା ରହିବ। କିନ୍ତୁ ଆହାର କେନ୍ଦ୍ରରେ ଖାଇବା ପାଇଁ ଅନୁମତି ନାହିଁ କେବଳ ଘରକୁ ନେଇପାରିବେ। ସେହିପରି IIT, IIM ଭଳି କେନ୍ଦ୍ର ସରକାରଙ୍କ ଅନୁଷ୍ଠାନରେ ଖୋଲା ରହିବ ହଷ୍ଟେଲ। ପିପିଲି ନିର୍ବାଚନ ସଂପର୍କିତ ସମସ୍ତ କାର୍ଯ୍ୟ ଚାଲୁ ରଖିବାକୁ ଅନୁମତି ମିଳିଛି।