ଅଭୟକାନ୍ତ ପାଠକଙ୍କୁ ବାଧ୍ୟତାମୂଳକ ଅବସର

ଭୁବନେଶ୍ୱର, ୩/୫: ଆଇଏଫଏସ ଅଭୟକାନ୍ତ ପାଠକଙ୍କୁ ଆଜି ବାଧ୍ୟତାମୂଳକ ଅବସର ଦିଆଯାଇଛି। ତାଙ୍କର ବାଧ୍ୟତାମୂଳକ ଅବସରକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଅନୁମୋଦନ କରିଛନ୍ତି। ସରକାରୀ ପଦବୀର ଅପବ୍ୟବହାର କରିଥିବା କାରଣରୁ ତାଙ୍କର ଅବସର ପାଇଁ ରାଜ୍ୟ ସରକାର ସୁପାରିସ କରିଥିଲେ। ସୂଚନା ଯୋଗ୍ୟ ଯେ ୧୯୮୭ ବ୍ୟାଚ୍ ର ଥିଲେ ଆଇଏଫଏସ ଅଭୟକାନ୍ତ ପାଠକ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସେ ଗିରଫ ହୋଇଥିଲେ । ଗିରଫ ହୋଇ ଏବେ ସେ ଜେଲରେ ଅଛନ୍ତି । ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳ ନୀତି ଆପଣାଇଛନ୍ତି ରାଜ୍ୟ ସରକାର ।