ନନ୍ଦିଗ୍ରାମରେ ବିଜେପି ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀ ବିଜୟୀ

ନୂଆଦିଲ୍ଲୀ, ୨/୫: ନନ୍ଦିଗ୍ରାମରେ ଟିଏମସି ସୁପ୍ରିମୋ ମମତା ବାନାର୍ଜୀଙ୍କୁ ହରାଇଛନ୍ତି ବିଜେପି ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀ । ୯୮୬୨ ଭୋଟରେ ନନ୍ଦିଗ୍ରାମ ଜିତିଛନ୍ତି ଶୁଭେନ୍ଦୁ । ଶୁଭେନ୍ଦୁ ଅଧିକାରୀଙ୍କ ଠାରୁ ୧ହଜାର ୯୫୩ ଭୋଟରେ ହାରିଛନ୍ତି ମମତା ବାନାର୍ଜୀ । ନନ୍ଦିଗ୍ରାମର ଫଳାଫଳକୁ ନେଇ ଲାଗିରହିଥିଲା ଦ୍ୱନ୍ଦ୍ୱ ଥିବା ବେଳେ ଶେଷ ମୁହୂର୍ତ୍ତରେ ନନ୍ଦିଗ୍ରାମରେ ମାତ୍ ଦେଇଛନ୍ତି ଶୁଭେନ୍ଦୁ ।