ବିଜୟ ରାଲି କଲେ ନିଆଯିବ ଦୃଢ଼ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର, ୨/୫: ଆଜି ୪ ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଂଚଳରେ ଭୋଟ୍ ଗଣତି ଚାଲିଛି। କିନ୍ତୁ ନିର୍ବାଚନ ଫଳାଫଳ ଘୋଷଣା ପରେ ବିଜୟ ରାଲି କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏନେଇ ସବୁ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ EC ଚିଠି ଲେଖିଛନ୍ତି। ନିର୍ବାଚନୀ ବିଜୟ ରାଲି ଓ ସେଲିବ୍ରେସନ ବନ୍ଦ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ଯଦି କେହି ବିଜୟ ରାଲି ଓ ସେଲିବ୍ରେସନ କରନ୍ତି ତେବେ  ସ୍ଥାନୀୟ ପୋଲିସ ଅଧତ୍କାରୀ ଦାୟୀ ରହିବେ। ଏହାସହ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ ବୋଲି  EC କହିଛନ୍ତି।