ସାମ୍ବାଦିକଙ୍କୁ ଆଗଧାଡିର କରୋନା ଯୋଦ୍ଧା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୨/୫: ରାଜ୍ୟରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ଏନେଇ କୋଭିଡ ଯୋଦ୍ଧା ମାନେ ଦିନ ରାତି ସବୁ କାମ କରୁଛନ୍ତି। କୋଭିଡ ଯୋଦ୍ଧା ମଧ୍ୟରେ ସାମ୍ବାଦିକ ମଧ୍ୟ ରହିଛନ୍ତି। ଆଜି ସାମ୍ବାଦିକଙ୍କୁ ଆଗଧାଡିର କରୋନା ଯୋଦ୍ଧା ଭାବେ ଘୋଷଣା କରିିିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କରୋନାରେ ସାମ୍ବାଦିକଙ୍କ ଦେହାନ୍ତ ହେଲେ ୧୫ ଲକ୍ଷ ଅନୁକମ୍ପା ରାଶି ମିଳିବ। ଏଥିରେ ୬୯୪୪ ଜଣ କାର୍ଯ୍ୟରତ ସାମ୍ବାଦିକ ଉପକୃତ ହେବେ।