ବିଭିନ୍ନ ବୟସ ବର୍ଗ ପାଇଁ ଘୋଷଣା ହେଲା ଟିକାଦାନ ସମୟ

ଭୁବନେଶ୍ୱର, ୧/୫: ରାଜ୍ୟରେ କରୋନା ସ୍ଥିତି ଅଣଆୟତ ଥିବା ବେଳେ ଟିକାକରଣ ପ୍ରକ୍ରିୟା ଜୋରଦାର ଜାରି ରହିଛି। ତୃତୀୟ ପର୍ଯ୍ୟାୟ ଟିକାକରଣ ଆଜିଠୁ ଆରମ୍ଭ ହେବାକୁ ଥିବା ବେଳେ ଟିକା ନଥିବାରୁ ସୋମବାରକୁ ପରିବର୍ତ୍ତନ କରାଯାଇଥିଲା। ତେଣୁ ଭୁବନେଶ୍ବରରେ ୧୮ରୁ ୪୪ ବର୍ଷ ବୟସ୍କଙ୍କୁ କୋଭିଡ୍ ଟିକା ପ୍ରଦାନ ନିମନ୍ତେ ଆଜି ସନ୍ଧ୍ୟାରୁ ସ୍ଲଟ୍ ବୁକିଂ ଆରମ୍ଭ ହେବ। ଏହାରିମଧ୍ୟରେ ରାଜଧାନୀ ଭୁବନେଶ୍ବରରେ ବିଭିନ୍ନ ବୟସ ବର୍ଗ ପାଇଁ ଟିକାଦାନ ସମୟ ଘୋଷଣା ହୋଇଛି। ୧୮ରୁ ୪୪ ବର୍ଷୀୟଙ୍କ ଟିକାଦାନ ସକାଳ ୮ରୁ ଦିନ ୧ଟା ଥିବା ବେଳେ ୪୫ରୁ ଅଧିକ ବୟସ୍କଙ୍କ ପାଇଁ ଟିକାଦାନ ସମୟ ଦିନ ୩ଟାରୁ ସଂଧ୍ୟା ୬ଟା ସମୟ ରହିଛି। ରାଜଧାନୀର ୨୬ଟି କେନ୍ଦ୍ରରେ ଟିକା ଦିଆଯିବ। ମେ ୩ରୁ ୧୮ରୁ ୪୪ ବର୍ଷୀୟଙ୍କୁ ସ୍ଲଟ ଅନୁସାରେ ଟିକା ଦିଆଯିବ