ପାରାଦୀପ ଠାରୁ ୧୮୦କିମି ଦୂରରେ ଅବପାତ

ଭୁବନେଶ୍ବର, ୨୨/୧୦(ଦି ପ୍ରଗତି ନ୍ୟୁଜ୍):ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଘନୀଭୂତ ହେବାରେ ଲାଗିଛି। ଲଘୁଚାପ ଅବପାତ ରୂପରେ ବି ପରିିିଣତ ହୋଇ ସାରିଛି। ଏବେ ପାରାଦୀପ ଠାରୁ ୧୮୦କିମି ଦୂରରେ ଅବପାତ ସକ୍ରିୟ ହୋଇ ରହିଛି। ଏହାସହ ୨୪ଘଣ୍ଟାରେ ଆହୁରି ଘନୀଭୂତ ହୋଇ ଗଭୀର ଅବପାତର ରୂପ ନେବା ର ସମ୍ଭାବନା ରହିଛି।ତେଣୁ ୨ଟି ବନ୍ଦରକୁ ୩ନଂ ବିପଦ ସଙ୍କେତ ଦିଆଯାଇଛି।