ଟିକା ପ୍ରଦାନ ନିମନ୍ତେ ଆଜି ସନ୍ଧ୍ୟାରୁ ସ୍ଲଟ୍ ବୁକିଂ ଆରମ୍ଭ

ଭୁବନେଶ୍ୱର, ୧/୫: ରାଜ୍ୟରେ କରୋନା ସ୍ଥିତି ଅଣଆୟତ ଥିବା ବେଳେ ଟିକାକରଣ ପ୍ରକ୍ରିୟା ଜୋରଦାର ଜାରି ରହିଛି। ତୃତୀୟ ପର୍ଯ୍ୟାୟ ଟିକାକରଣ ଆଜିଠୁ ଆରମ୍ଭ ହେବାକୁ ଥିବା ବେଳେ ଟିକା ନଥିବାରୁ ସୋମବାରକୁ ପରିବର୍ତ୍ତନ କରାଯାଇଥିଲା। ତେଣୁ ଭୁବନେଶ୍ବରରେ ୧୮ରୁ ୪୪ ବର୍ଷ ବୟସ୍କଙ୍କୁ କୋଭିଡ୍ ଟିକା ପ୍ରଦାନ ନିମନ୍ତେ ଆଜି ସନ୍ଧ୍ୟାରୁ ସ୍ଲଟ୍ ବୁକିଂ ଆରମ୍ଭ ହେବ। ଆସନ୍ତା ସୋମବାର ଠାରୁ ଟୀକାକରଣ କରାଯିବ। ପଞ୍ଜୀକରଣ କରିଥିବା ଲୋକଙ୍କୁ ହିଁ ଟୀକାଦାନ କରାଯିବ।ବିନା ପଞ୍ଜୀକରଣରେ ଟୀକା କେନ୍ଦ୍ରକୁ ଯାଇ ଭିଡ ନକରିବାକୁ ବିମ୍‌ଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ଅନୁରୋଧ କରିଛନ୍ତି। ଭୁବନେଶ୍ବରରେ ଟୀକା ପାଇଁ କୌଣସି ଅସୁବିଧା ନାହିଁ। ଏହାସହ ନିର୍ଦ୍ଧାରିତ ସୂଚି ଅନୁସାରେ ଆଜି ସ୍ବଳ୍ପ ଲୋକଙ୍କୁ ନେଇ ପରୀକ୍ଷା ମୂଳକ ଭାବେ ଏହି ବର୍ଗର ଲୋକଙ୍କୁ ଟୀକାଦାନ କରାଯିବା ସହ ବ୍ୟବସ୍ଥାର ସମୀକ୍ଷା କରାଯାଇଛି ବୋଲି ବିଏମସି କମିଶନର କହିଛନ୍ତି।