୩ ମାସର ଟିକସ ଛାଡ଼ କରିବାକୁ ବସ୍ ମାଲିକ ସଂଘର ଦାବି

ଭୁବନେଶ୍ୱର, ୧/୫: ଦେଶ ଓ ରାଜ୍ୟରେ କରୋନା ସ୍ଥିତି ଦିନକୁ ଦିନ ବିଗିଡିବାରେ ଲାଗିଛି। ତେଣୁ ଯାତାୟାତରେ କଟକଣା ଲାଗୁ କରାଯାଇଛି। ଏହାରି ମଧ୍ୟରେ ୩ଟି ଦାବି ଜଣାଇଛି ବସ୍ ମାଲିକ ସଂଘ। ରାଜ୍ୟ ଓ କେନ୍ଦ୍ର ସରକାର ନିକଟରେ ବସ୍ ମାଲିକ ସଂଘ ପୁଣି ଦାବି ଉପସ୍ଥାପନ କରିଛି। ୨୫୦ରୁ ଅଧିକ ବସ୍ ବନ୍ଦ ଥିବା ବେଳେ ଯଥେଷ୍ଟ ଯାତ୍ରୀ ହେଉ ନଥିବାରୁ ଦାବି ଉପସ୍ଥାପନ କରାଯାଇଛି। ତେଣୁ ଏପ୍ରିଲ୍, ମେ, ଜୁନ୍ ମାସର ଟିକସ ଛାଡ଼ କରିବାକୁ ସଂଘ ପକ୍ଷରୁ ଦାବି କରାଯାଇଥିବା ସୂଚନା ମିଳିଛି। ସେହିପରି ବସ୍ କିସ୍ତିର EMI ଅବଧି ଓ ବୀମା ସମୟ ୩ ମାସ ବୃଦ୍ଧି କରିବାକୁ ଦାବି କରାଯାଇଛି।