କୋଭିଡ ସ୍ଥିତି ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, ୩୦/୪: ଦେଶରେ କରୋନା ସଂକ୍ରମଣ ଅତି ଭୟଙ୍କର ଭାବେ ବୃଦ୍ଧି ପାଉଛି। ଏହାରି ମଧ୍ୟରେ ଆଜି ମନ୍ତ୍ରୀ ପରିଷଦ ବୈଠକରେ କୋଭିଡ ସ୍ଥିତିର ସମୀକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ କହିଛନ୍ତି ଯେ ସମସ୍ତ ମନ୍ତ୍ରୀ ସବୁ ରାଜ୍ୟ ସହ ସମନ୍ବୟ ରଖନ୍ତୁ। ଏହାସହ ସେ ମେଡିକାଲ ଉପକରଣ ଓ ଅକ୍ସିଜେନ୍‌ ଯୋଗାଣ ଉପରେ ଗୁରୁତ୍ବ  ଦେଇଛନ୍ତି।