ପଶ୍ଚିମବଙ୍ଗରେ ଭର୍ଚୁଆଲ ଦୁର୍ଗା ପୂଜାରେ ସାମିଲ ହେଲେ ପ୍ରଧାନମନ୍ତ୍ରୀ

କୋଲକାତା, ୨୨/୧୦: ପଶ୍ଚିମବଙ୍ଗରେ ବିଜେପି ପକ୍ଷରୁ ଦୁର୍ଗାପୂଜା ଆୟୋଜିତ ହୋଇଛି। ଏହି ଭର୍ଚୁଆଲ ଦୁର୍ଗା ପୂଜାରେ ସାମିଲ ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହାସହ ଭିଡିଓ କନଫରେସିଂ ମାଧ୍ୟମରେ  ଉଦବୋଧନ ଦେଇଛନ୍ତି। ସେ କହିଛନ୍ତି କରୋନା କାଳରେ ବି ମଳିନ ପଡିନି ଦଶହରାର ଉତ୍ସାହ । ମହାଷଷ୍ଠୀ ପୂଜାରେ ସାମିଲ ହୋଇ ଧନ୍ୟ ମନେ କରୁଛି। ଝିଅମାନଙ୍କୁ ଦୁର୍ଗାଙ୍କ ପରି ସମ୍ମାନ ଦେବା ଦରକାର ବୋଲି ପ୍ରରଧାନମନ୍ତ୍ରୀ କହିଛନ୍ତି।