ବିହାରରେ ନିର୍ବାଚନୀ ଇସ୍ତାହାର ଜାରି କଲା ବିଜେପି

ବିହାର, ୨୨/୧୦: ଆଜି ବିହାରରେ ନିର୍ବାଚନୀ ଇସ୍ତାହାର ଜାରି କରିଛି ବିଜେପି। ଏହି ଇସ୍ତାହାର ଜାରି କଲେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। କରୋନା ଟିକା ଦେବା ପାଇଁ ନିର୍ବାଚନ ଇସ୍ତାହାରରେ ପ୍ରତିଶ୍ରୁତି ଦେଇଛି। ବିହାରର ପ୍ରତି ଲୋକଙ୍କୁ ମାଗଣାରେ କରୋନା ଟିକା ମିିଳିବ।

ଏହାସହ ବିହାରରେ ଜିଡିପି ୨ ଗୁଣ, ୧୯ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି , ଦରଭଙ୍ଗାରେ AIIMS ପ୍ରତିଷ୍ଠା, ୩୦ ଲକ୍ଷ ପକ୍କା ଘର ଯୋଗାଇ ଦେବାର ପ୍ରତିଶ୍ରୁତି, ଦୁଗ୍ଧ ଉତ୍ପାଦନ ପାଇଁ ୧୫ ୟୁନିଟ୍‌ ପ୍ରତିଷ୍ଠା କରିବା ପାଇଁ  ପ୍ରତିଶ୍ରୁତି ଦେଇଛି ବିଜେପି।