ଟିକା ପାଇଁ ୨ ଟିକା ଉତ୍ପାଦକଙ୍କୁ ଏସିଏସଙ୍କ ଚିଠି

ଭୁବନେଶ୍ୱର, ୨୯/୪: ରାଜ୍ୟରେ କଁ ରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବ ବେଳେ ଟିକାକରଣ ପ୍ରକ୍ରିୟାକୁ ଜୋରଦାର ଜାରି ରହିଛି। କିନ୍ତୁ ଟିକା ଅଭାବ କାରଣରୁ କେତେକ କେନ୍ଦ୍ରରେ ଟିକାକରଣକୁ ବନ୍ଦ ରଖାଯାଇଛି ।ଏହାରି ମଧ୍ୟରେ ଟିକା ପାଇଁ ୨ ଟିକା ଉତ୍ପାଦକଙ୍କୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ଚିଠି ଲେଖିଛନ୍ତି। ସେରମ ଇନଷ୍ଟିଚ୍ୟୁଟ ଓ ଭାରତ ବାୟୋଟେକକୁ ସେ ଚିଠି ଲେଖିଛନ୍ତି । କେଉଁ ପର୍ଯ୍ୟାୟରେ କେତେ ଟିକା ଦରକାର ସେନେଇ ଚିଠି ରେ ଦର୍ଶାଇଛନ୍ତି । ମେ’ ମାସ ପାଇଁ ୪୦ ଲକ୍ଷ କୋଭିସିଲ୍ଡ ଟିକା ଆବଶ୍ୟକ ଥିବା ଚିଠି ରେ ସେ ଉଲ୍ଲେଖ କରିଛନ୍ତି।