ପ୍ରକାଶ ପାଇଲା ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ

ଭୁବନେଶ୍ୱର, ୨୨/୧୦(ଦି ପ୍ରଗତି ନ୍ୟୁଜ୍): ଆଜି ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ ପ୍ରକାଶ ପାଇଛି। ମୋଟ ୨୧ ହଜାର ୪୮୭ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ବେଳେ ସେମାନଙ୍କ ମଧ୍ୟରୁ  ୧୫ ହଜାର ୨୪୪ ପରୀକ୍ଷାର୍ଥୀ ପାସ୍‌ କରିଛନ୍ତି।

କିନ୍ତୁ A1 ଗ୍ରେଡ୍‌ରେ କୌଣସି ପରୀକ୍ଷାର୍ଥୀ ପାସ୍‌ କରିନାହାନ୍ତି। ତେବେ A2 ଗ୍ରେଡ୍‌ରେ ୧୦ ଜଣ ଓ B1 ଗ୍ରେଡ୍‌ରେ ୧୯୫ ଜଣ ‌, B2 ଗ୍ରେଡ୍‌ରେ ୯୩୦, C ଗ୍ରେଡ୍‌ରେ ୧୯୦୨‌, D ଗ୍ରେଡ୍‌ରେ ୩୧୪୦ ଓ E ଗ୍ରେଡ୍‌ରେ ୯୦୬୭ ଜଣ ପରୀକ୍ଷାର୍ଥୀ ପାସ୍‌ କରିଛନ୍ତି।