ଭୁବନେଶ୍ୱରରେ କୋଭିଡ ସ୍ଥିତି ନେଇ କଣ କହିଲେ ବିଏମସି କମିସନର?

ଭୁବନେଶ୍ୱର, ୨୮/୪: ରାଜଧାନୀ ଭୁବନେଶ୍ୱର ରେ ଏବେ ପ୍ରତିଦିନ ବହୁ ମାତ୍ରାରେ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଭୁବନେଶ୍ବରରେ କୋଭିଡ ସ୍ଥିତି ନେଇ ବିିଏମସି କମିସନର ପ୍ରେମଚନ୍ଦ୍ର ଚୌଧୁରୀ ସୂଚନା ଦେଇ କହିଛନ୍ତି ଯେ ରାଜଧାନୀର କିଛି ସ୍ଥାନରେ ଲୋକେ କୋଭିଡ ନିୟମ ମାନୁନାହାନ୍ତି । ସହରରେ କୋଭିଡ ସ୍ଥିତି ନିୟନ୍ତ୍ରଣ ଆଣିବାକୁ ଲୋକଙ୍କ ସହଯୋଗ ଜରୁରୀ ରହିଛି । ଭୁବନେଶ୍ବରର ବିଭିନ୍ନ ହସ୍ପିଟାଲରେ ୫୦% ବେଡ୍‌ ଖାଲି ରହିଛି। ଗତବର୍ଷ ଲୋକ କୋଭିଡ ନିୟମ ମାନୁଥିଲେ କିନ୍ତୁ ଚଳିତବର୍ଷ ଲୋକମାନେ ନିୟମକୁ ଅବହେଳା କରୁଛନ୍ତି ବୋଲି ସେ କହିଛନ୍ତି।