ମାଗଣା ଟିକାକରଣ ନିମନ୍ତେ ୧କୋଟି ଦାନ କଲେ ଏମଜିଏମ ଗ୍ରୁପ ଅଧକ୍ଷ

ଭୁବନେଶ୍ୱର, ୨୭/୪:ଦେଶରେ କରୋନା ସଂକ୍ରମଣର ଦ୍ୱତୀୟ ଲହରୀ ଜାରି ଥିବା ବେଳେ ଆସନ୍ତା ମେ ୧ ତାରିଖରୁ ତୃତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ କରିବାକୁ କେନ୍ଦ୍ର ସରକାର ଘୋଷଣା କରିଛନ୍ତି । ୧୮ ରୁ ୪୪ ବର୍ଷ ପର୍ଯ୍ୟନ୍ତ ସମସ୍ତ ବ୍ୟକ୍ତିଙ୍କୁ ଟିକାକରଣ ପ୍ରକ୍ରିୟା ଆରମ୍ଭ ହେବାକୁ ଥିବାବେଳେ ଓଡ଼ିଶାରେ ଏହି ବର୍ଗର ଲୋକଙ୍କୁ ମାଗଣା ଟିକାକରଣ କରିବା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ । ରାଜ୍ୟବାସୀଙ୍କ ପାଇଁ ଏହି ମାଗଣା ଟିକାକରଣରେ ସହଯୋଗ କରିବା ନିମନ୍ତେ ସହାୟତାର ହାତ ବଢ଼ାଇଛି ଏମଜିଏମ ମିନେରାଲ୍ସ ଲିମିଟେଡ଼ । କମ୍ପାନୀର ଅଧ୍ୟକ୍ଷ ପଙ୍କଜ ଲୋଚନ ମହାନ୍ତି ଓ ନିର୍ଦେଶକ ସରୋଜ ରାୟ ଏଥି ପାଇଁ ୧ କୋଟି ଟଙ୍କାର ଅର୍ଥରାଶି ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ପ୍ରଦାନ କରିଛନ୍ତି ।ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କୁ ସଚିବାଳୟରେ ଭେଟି କମ୍ପାନୀର ଅଧକ୍ଷ ପଙ୍କଜ ଲୋଚନ ମହାନ୍ତି ୧ କୋଟିର ଚେକ ପ୍ରଦାନ କରିଛନ୍ତି ।