୧୮ରୁ ୪୪ ବର୍ଷ ପାଇଁ ଟିକା ଆସିବାରେ ହେବ ବିଳମ୍ବ

ନୂଆଦିଲ୍ଲୀ, ୨୭/୪: ରାଜ୍ୟରେ ଏବେ ଦ୍ରୁତ ଗତିରେ କରୋନା ବଢ଼ିବାରେ ଲାଗିଛି। ତେଣୁ ଟୀକାକରଣ ପ୍ରକ୍ରିୟା ଜୋରଦାର ଜାରି ରହିଛି। କିନ୍ତୁ ୧୮ରୁ ୪୪ ବର୍ଷ ପାଇଁ ଟିକା ଆସିବାରେ  ବିଳମ୍ବ ହେବ ବୋଲି ସୂଚନା ମିଳିଛି। ଏନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି। ମେ ମାସରେ କୋଭିସିଲ୍ଡ ଟିକା ପହଞ୍ଚିବା ସମ୍ଭାବନା ରହିଛି । ସେହିପରି ମେ ମାସ ମଧ୍ୟଭାଗ ସୁଦ୍ଧା କୋଭାକ୍ସିନ୍ ଟିକା ଆସିପାରେ । ଟିକା ଉପଲବ୍ଧ ହେବା ପରେ ଟିକାକରଣ ହେବ । ସୂଚନା ଯୋଗ୍ୟ ଯେ କୋଭିସିଲ୍ଡ ଟିକା ପାଇଁ କାଲି ଚିଠି ଲେଖାଯାଇଛି।