ବଡ଼ ଖବର: ରାଜ୍ୟର ୩୦ ଜିଲ୍ଲାରୁ ୧୯୧୩ଜଣ କରୋନା ଆକ୍ରାନ୍ତ ଚିହ୍ନଟ, ଜାଣନ୍ତୁ ଆପଣଙ୍କ ଜିଲ୍ଲାରୁ କେତେ

ଭୁବନେଶ୍ୱର, ୨୨ା୧୦(ଦି ପ୍ରଗତି ନ୍ୟୁଜ): ବର୍ତ୍ତମାନ କ୍ରମାଗତ ଭାବେ କିଛି ଦିନ ହେବ ରାଜ୍ୟରେ ସଂକ୍ରମଣ ସଂଖ୍ୟା କମି କମି ଚାଲିଛି । ସେହିପରି ଆଜି ମଧ୍ୟ ୩୦ଜିଲ୍ଲାରୁ ୧୯୧୩ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ୧୯୧୩ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୧୧୦୯ଜଣ ସଙ୍ଗରୋଧ କେନ୍ଦ୍ରରୁ ଓ ୮୦୪ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୭୬୦୯୪କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ଆଜି ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୁଳରୁ ୧୦୬, ବାଲେଶ୍ୱରରୁ ୭୩, ବରଗଡ଼ରୁ ୬୩, ଭଦ୍ରକରୁ ୪୬, ବଲାଙ୍ଗୀରରୁ ୬୩, ବୌଦ୍ଧରୁ ୧୨, କଟକରୁ ୧୫୦, ଦେଓଗଡ଼ରୁ ୫, ଢ଼େଙ୍କାନାଳରୁ ୪୮, ଗଜପତିରୁ ୪, ଗଞ୍ଜାମରୁ ୨୮, ଜଗତସିଂହପୁରରୁ ୯୯, ଯାଜପୁରରୁ ୭୨, ଝାରସୁଗୁଡ଼ାରୁ ୪୮, କଳାହାଣ୍ଡିରୁ ୮୨, କନ୍ଧମାଳରୁ ୪୮, କେନ୍ଦ୍ରାପଡ଼ାରୁ ୫୧, କେନ୍ଦ୍ୁଝରରୁ ୭୪, ଖୋର୍ଦ୍ଧାରୁ ୨୫୪, କୋରାପୁଟରୁ ୫୪, ମାଲକାନଗିରିରୁ ୧୬, ମୟୁରଭଞ୍ଜରୁ ୯୨, ନବରଙ୍ଗପୁରରୁ ୪୧, ନୟାଗଡ଼ରୁ ୩୩, ନୂଆପଡ଼ାରୁ ୬୩, ପୁରୀରୁ ୫୫, ରାୟଗଡ଼ରୁ ୧୪, ସମ୍ବଲପୁରରୁ ୫୦, ସୋନପୁରରୁ ୨୦, ସୁନ୍ଦରଗଡ଼ରୁ ୯୯ ଜଣ ଚିହ୍ନଟ ହୋଇଛନ୍ତି ।