ରାଜ୍ୟରେ ଆଜି ୧୦ ଜଣଙ୍କ ଜୀବନ ନେଲା କରୋନା

ଭୁବନେଶ୍ୱର, ୨୭/୪: ରାଜ୍ୟରେ ଏଣିକି ପୁଣିଥରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବା ସହ କରୋନା ଜନିତ ମୃତ୍ୟୁ ସଂଖ୍ୟା ମଧ୍ୟ ବଢୁଛି। ଆଜି ରାଜ୍ୟରେ ୧୦ ଜଣଙ୍କ ଜୀବନ ନେଇଛି କରୋନା । ୧୦ ଜଣଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪, ସୁନ୍ଦରଗଡ଼ରୁ ୩, ରାୟଗଡ଼ାରୁ ୨ ଓ ବୌଦ୍ଧ ଜିଲ୍ଲାରୁ ଜଣେ କୋଭିଡ୍‌ ରୋଗୀ ମୃତ। ଏହାସହ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୨୦୦୭ କୁ ବୃଦ୍ଧି ପାଇଛି ।