ପୁରୀରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥକାଠ

ପୁରୀ, ୨୬/୪: ପ୍ରତିବର୍ଷ ପରି ଚାଳିତବର୍ଷ ମଧ୍ୟ ଶ୍ରୀଜୀଉଙ୍କ ରଥଯାତ୍ରା ଅନୁଷ୍ଠିତ ହେବ। ଏହାରିମଧ୍ୟରେ ଆଜି ପୁରୀରେ ତୃତୀୟ ପର୍ଯ୍ୟାୟ ରଥକାଠ ପହଞ୍ଚିଛି। ପହଞ୍ଚି ଥିବା ରଥକାଠ ନୟାଗଡ଼ ବନଖଣ୍ଡରୁ ଆସିଛି । ସେହି ରଥକାଠ ରେ ୧୭ ଖଣ୍ଡ ଧଉରା ଓ ଅସନ କାଠ ରହିଛି । ୩ଟି ପର୍ଯ୍ୟାୟରେ ଏଯାଏ ପୁରୀରେ ପହଞ୍ଚିଛି ୭୯ ଖଣ୍ଡ କାଠ । ମେ ୧୫ ଅକ୍ଷୟ ତୃତୀୟାରେ ଆରମ୍ଭ ହେବ ରଥ ନିର୍ମାଣ କାମ । ୩ଟି ରଥ ନିର୍ମାଣ ପାଇଁ ମୋଟ ୮୬୫ ଖଣ୍ଡ କାଠ ଆବଶ୍ୟକ ରହିଛି।