ପୁରୀ ସ୍ବର୍ଗଦ୍ବାରରେ ଶବସତ୍କାର ଉପରେ କଟକଣା ଲାଗୁ

ପୁରୀ, ୨୫/୪: ରାଜ୍ୟରେ ଏବେ ଦିନକୁ ଦିନ କରୋନା ସ୍ଥିତି ଗମ୍ଭୀର ହେବାରେ ଲାଗିଛି। ତେଣୁ ସବୁ ଜିଲ୍ଲାରେ ବିଭିନ୍ନ ପ୍ରକାର ପଦକ୍ଷେପ ନିଆଯାଉଛି। ଏହାରି ମଧ୍ୟରେ ଆଜି ପୁରୀ ସ୍ବର୍ଗଦ୍ବାରରେ ଶବସତ୍କାର ଉପରେ କଟକଣା ଲାଗୁ କରାଯାଇଛି। ଆସନ୍ତା କାଲିଠୁ ସ୍ବର୍ଗଦ୍ବାରରେ ଜିଲ୍ଲା ବାହାରର ଲୋକଙ୍କ ଶବଦାହକୁ ଅନୁମତି ନାହିଁ । ମହୋଦଧିରେ ଅସ୍ଥି ବିସର୍ଜନ ଓ ଶ୍ବେତଗଙ୍ଗାରେ ଶୁଦ୍ଧି କ୍ରିୟା ମଧ୍ୟ ବନ୍ଦ ହେବ । ଜିଲ୍ଲାର କୋଭିଡ ମୃତକଙ୍କ ଶବଦାହ ମଙ୍ଗଳାନଦୀ ଘାଟ ନିକଟରେ ହେବ । ଏନେଇ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି।