ଆଉ ସପ୍ତାହେ ଲକ୍‌ଡାଉନ ବଢ଼ାଇଲେ ଦିଲ୍ଲୀ ସରକାର

ନୂଆଦିଲ୍ଲୀ, ୨୫/୪: ଦିଲ୍ଲୀରେ କରୋନା ସ୍ଥିତି ଗମ୍ଭୀର। ତେଣୁ ସେଠାରେ ଆଉ ସପ୍ତାହେ ଲକ୍‌ଡାଉନ ଅବଧିକୁ ବୃଦ୍ଧି କରାଯାଇଛି। ମେ ୩ ସକାଳ ୫ଟା ଯାଏ ଲକ୍‌ଡାଉନ୍‌ ଅବଧି ବଢ଼ାଇଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ । ପୂର୍ବରୁ ଏପ୍ରିଲ ୨୬ ଯାଏ ଲକ୍‌ଡାଉନ ଘୋଷଣା କରିଥିଲେ ଦିଲ୍ଲୀ ସରକାର।