ପଶ୍ଚିମବଙ୍ଗ ଫେରନ୍ତାଙ୍କ ପାଇଁ ଥିବା କଟକଣାରେ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ୱର, ୨୪/୪: ରାଜ୍ୟରେ କରୋନା ସ୍ଥିତି ଗମ୍ଭୀର। ଏବେ ଦିନକୁ ୬ହଜାର ଉପରେ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ପଶ୍ଚିମବଙ୍ଗ ରେ କଁ ରୋନା ଅତି ଭୟଙ୍କର ଭାବେ ମାଡି ଚାଲିଥିବା ବେଳେ ସେଠାରୁ ଫେରୁଥିବା ଲୋକଙ୍କ ଉପରେ କଟକଣା ଲାଗୁ କରାଯାଇଛ। ସେହି କଟକଣାରେ ଆଜି ସାମାନ୍ୟ ପରିବର୍ତ୍ତନ କରାଯାଇଛି। କରୋନା ଟିକା ପ୍ରମାଣପତ୍ର ଥିଲେ ୭ ଦିନ ପାଇଁ ସଙ୍ଗରୋଧ ରହିିବେ । ସୂଚନା ଯୋଗ୍ୟ ଯେ ପୂର୍ବରୁ ୧୪ ଦିନ ସଙ୍ଗରୋଧ ପାଇଁ ନିର୍ଦ୍ଦେଶ ଥିଲା ।