କରୋନାର ଏହା ଦ୍ୱିତୀୟ ଲହର ନୁହେଁ, ସୁନାମୀ ଅଟେ: ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ, ୨୪/୪: ଦେଶରେ ଏବେ କରୋନା ସ୍ଥିତି ଗମ୍ଭୀର। ଏହି ମହାମାରୀ କରୋନା ସ୍ଥିତି ନେଇ ଚିନ୍ତାବ୍ୟକ୍ତ କରିଛନ୍ତିି ଦିଲ୍ଲୀ ହାଇକୋର୍ଟ। କରୋନା ମୁକାବିଲା ନେଇ ସରକାରଙ୍କୁ ଦିଲ୍ଲୀ ହାଇକୋର୍ଟଙ୍କ ପ୍ରଶ୍ନ କରିିିଛନ୍ତି। ମେ ମଧ୍ୟ ସୁଦ୍ଧା ପିକ୍ ସମ୍ଭାବନା, କେମିତି ପ୍ରସ୍ତୁତ ଅଛ ବୋଲି କହି ପ୍ରଶ୍ନ କରାଯାଇଛି। ଏହା ଦ୍ୱିତୀୟ ଲହର ନୁହେଁ ବରଂ ସୁନାମୀ ଅଟେ। ତେଣୁ କେନ୍ଦ୍ର ଓ ରାଜ୍ୟ ମିଳିତ ଭାବେ କାମ କରନ୍ତୁ ବୋଲି ଦିଲ୍ଲୀ ହାଇକୋର୍ଟ କହିଛନ୍ତି।  ଏହାସହ ଅକ୍ସିଜେନ୍ ଯୋଗାଣରେ ଯିଏ ବି ବାଧାଦେବ ସେ ଫାଶୀ ଖୁଣ୍ଟରେ ଝୁଲିବ। ହସ୍ପିଟାଲର ଦାବି ଅନୁସାରେ ସୁରକ୍ଷା ପ୍ରଦାନ କରାଯାଉ ।