ରାଜ୍ୟରେ ଆଜି ୮ ଜଣଙ୍କ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର, ୨୪/୪: ରାଜ୍ୟରେ ଏଣିକି ପୁଣିଥରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବା ସହ କରୋନା ଜନିତ ମୃତ୍ୟୁ ସଂଖ୍ୟା ମଧ୍ୟ ବଢୁଛି। ଆଜି ରାଜ୍ୟରେ ୮ ଜଣଙ୍କ ଜୀବନ ନେଇଛି କରୋନା । ୮ ଜଣଙ୍କ ମଧ୍ୟରେ ସୁନ୍ଦରଗଡ଼ରେ ୨ ଜଣ, ନୂଆପଡ଼ା, କଟକ, ବଲାଙ୍ଗିର, ଭଦ୍ରକ, ବରଗଡ଼ ଓ ବାଲେଶ୍ବରରୁ ଜଣେ ଲେଖାଏଁ ମୃତ। ଏହାସହ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧୯୮୧ କୁ ବୃଦ୍ଧି ପାଇଛି ।