ନାଇଟ କର୍ଫ୍ୟୁ ଓ ସଟ୍‌ଡାଉନ୍ ନେଇ କଣ କହିଲେ ପୋଲିସ କମିସନର

ଭୁବନେଶ୍ୱର, ୨୩/୪: ରାଜ୍ୟରେ ଏବେ ଅତି ଭୟଙ୍କର ଭାବେ ମାଡି ଚାଲିଛି କରୋନା। ତେଣୁ ରାଜ୍ୟରେ ସ୍ଥିତି ସୁଧାରିବା ପାଇଁ ନାଇଟ କର୍ଫ୍ୟୁ ଓ ସଟ୍‌ଡାଉନ୍ କରାଯାଇଛି। ଏହି ନାଇଟ କର୍ଫ୍ୟୁ ଓ ସଟ୍‌ଡାଉନ୍ ନେଇ ପୋଲିସ କମିସନରଙ୍କ ସୂଚନା ଦେଇ କହିଛନ୍ତି ଯେ କଟକର ୨୫ ଓ ଭୁବନେଶ୍ବରର ୪୩ଟି ସ୍ଥାନରେ ନାକା ରହିବ ।ଟୁଇନସିଟିରେ ପାଟ୍ରୋଲିଂକୁ କଡ଼ାକଡ଼ି କରାଯିବ। ଯଦି କୌଣସି ବ୍ୟକ୍ତି ଅମାନିଆ ହୋଇ ନିୟମ ନମାନନ୍ତି ତେବେ ସେମାନଙ୍କ ଉପରେ  କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୋଲିସ କମିସନର କହିଛନ୍ତି।

କଟକରେ ୧୨ ପ୍ଲାଟୁନ ଫୋର୍ସ ଓ ୧୦୦ ଅଫିସର ନଜର ରଖିବେ । ଭୁବନେଶ୍ବରରେ ୨୦ ପ୍ଲାଟୁନ ଫୋର୍ସ ଓ ୧୫୦ ଅଫିସରଙ୍କୁ ଏଥି ପାଇଁ ଦାୟିତ୍ବ ଦିଆଯାଇଛି।ଅତ୍ୟାବଶ୍ୟକ ସେବା ପାଇଁ କଟକଣା ନାହିଁ ତେଣୁ ପାସ୍‌ର ଆବଶ୍ୟକ ନାହିଁ ।