ରାଜ୍ୟରେ ଆଜି ୮ ଜଣଙ୍କ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର, ୨୩/୪: ରାଜ୍ୟରେ ଏଣିକି ପୁଣିଥରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବା ସହ କରୋନା ଜନିତ ମୃତ୍ୟୁ ସଂଖ୍ୟା ମଧ୍ୟ ବଢୁଛି। ଆଜି ରାଜ୍ୟରେ ୮ ଜଣଙ୍କ ଜୀବନ ନେଇଛି କରୋନା । ୮ ଜଣଙ୍କ ମଧ୍ୟରେ ଗଞ୍ଜାମ ଓ କଳାହାଣ୍ଡିରୁ ୨ ଜଣ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ । ବାଲେଶ୍ବର, ବଲାଙ୍ଗିର, କନ୍ଧମାଳ ଓ ଖୋର୍ଦ୍ଧାରୁ ଜଣେ ଲେଖାଏଁ ମୃତ। ଏହାସହ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧୯୭୩ କୁ ବୃଦ୍ଧି ପାଇଛି ।