ପଶ୍ଚିମବଙ୍ଗରୁ ଫେରିଲେ ୧୪ ଦିନ କ୍ୱାରେଣ୍ଟାଇନ

ଭୁବନେଶ୍ୱର, ୨୨/୪: ଦେଶ ଓ ରାଜ୍ୟରେ କରୋନା ସଂକ୍ରମଣ ଆଖି ପିଛୁଳାକେ ବଢି ବଢି ଚାଲିଛି। କିନ୍ତୁ ପଶ୍ଚିମବଙ୍ଗରେ କରୋନା ସଂକ୍ରମଣ ଅଧିକ ମାତ୍ରାରେ ବଢି ଚାଲିଛି। ଅନ୍ୟପଟେ  ନୂଆ ଭୂତାଣୁ ବି ଚିନ୍ତା ବଢାଇଛି। ପଶ୍ଚିମବଙ୍ଗରେ ଟ୍ରିପଲ ମ୍ୟୁଟାଣ୍ଟ ଭାଇରସ ଚିହ୍ନଟ ହୋଇଛି ।ଏନେଇ ଆଜି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ସୂଚନା ଦେଇ କହିଛନ୍ତି ଯେ ପଶ୍ଚିମବଙ୍ଗରୁ ଫେରିଲେ ୧୪ ଦିନ କ୍ୱାରେଣ୍ଟାଇନ ରେ ରହିବା ବାଧ୍ୟତାମୂଳକ।

ସେହିପରି ବାଲେଶ୍ୱର, ମୟୂରଭଞ୍ଜ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ସବୁ ସୀମାରେ ଚେକିଂ କରିବେ ବୋଲିି ମୁଖ୍ୟ ଶାସନ ସଚିବ କହିଛନ୍ତି। ପଶ୍ଚିମବଙ୍ଗରୁ ଆସୁଥିବା ବିମାନ ଯାତ୍ରୀଙ୍କୁ ବି କ୍ୱାରେଣ୍ଟାଇନରେ ରଖାଯିବ।  ସେମାନଙ୍କ ପାଇଁ ସରକାରୀ ସଙ୍ଗରୋଧ କେନ୍ଦ୍ର କରାଯାଇଛି। ସେଠାରେ ରହିବା ସହ ଖାଇବା, ପିଇବାକୁ ବି ଦିଆଯିବ। ପେଡ୍ କ୍ୱାରେଣ୍ଟାଇନରେ ବି ଚାହିଁଲେ ରହିପାରିବେ।ମାତ୍ର କେହି ହୋମେ କ୍ୱାରେଣ୍ଟାଇନରେ ରହିପାରିବେନି।

ଘରୋଇ ସଂଗରୋଧରେ ରହିବାକୁ ହେଲେ ଓଡିଶାକୁ ବାହାରୁ ଫେରିବା ବେଳେ ପାଖରେ ୪୮ ଘଣ୍ଟା ପୂର୍ବରୁ ନେଗେଟିଭ ରିପୋର୍ଟ ଥିବା ଜରୁରୀ ରହିିିଛି । ସେହିପରି ୨ ଡୋଜ୍ ଟୀକା ନେଇଥିଲେ ବି ଗୃହ ସଙ୍ଗରୋଧକୁ ଅନୁମତି ମିଳିବ।