ପୁଣିଥରେ ପିପିଲି ଉପନିର୍ବାଚନ ତାରିଖରେ ପରିବର୍ତ୍ତନ, ମେ ୧୬ତାରିଖରେ ଭୋଟ ଗ୍ରହଣ

ଭୁବନେଶ୍ୱର, ୨୨/୪: ପୁଣି ଘୁଞ୍ଚିଛି ପିପିଲି ଉପ-ନିର୍ବାଚନ ତାରିଖ । ଆସନ୍ତା ୧୩ ପରିବର୍ତ୍ତେ ୧୬ ତାରିଖରେ ପିପିଲି ଉପନିର୍ବାଚନ ପାଇଁ  ଭୋଟ ଗ୍ରହଣ ହେବ। ଏହାପରେ  ୧୯ ତାରିଖରେ ଭୋଟ ଗଣତି ହେବ ବୋଲି ସୂଚନା ମିିିଳିଛି । ୧୩ ତାରିଖରେ ଇଦ୍-ଉଲ୍-ଫିତର ପଡୁଥିବାରୁ ନିର୍ବାଚନ ଘୁଞ୍ଚାଯାଇଛି । ଏନେଇ ସୂଚନା ଦେଇଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହନୀ ।

ସୂଚନାଯୋଗ୍ୟ ଯେ ଏପ୍ରିଲ ୧୭ରେ ହେବାକୁ ଥିବା ମତଦାନ ସ୍ଥଗିତ ରହିଥିଲା । କାରଣ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଦେହାନ୍ତ ଯୋଗୁଁ ସ୍ଥଗିତ ରହିଥିଲା। ଏହାପରେ ସାନି ବିଜ୍ଞପ୍ତି ପ୍ରକାଶ ପାଇ ଆସନ୍ତା ୧୩ ରେ ଉପନିର୍ବାଚନ ପାଇଁ ତାରିଖ ଧାର୍ଯ୍ୟ ହୋଇଥିଲା । ଆଜି ପୁଣି ଏହି ତାରିଖରେ ପରିବର୍ତନ କରାଯାଇଛି।