ଭୁବନେଶ୍ୱରର ସବୁ ପାର୍କରେ କଟକଣା ଲାଗୁ

ଭୁବନେଶ୍ୱର, ୨୨/୪: ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ଆଜି ୬ହଜାର ଉପରେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେଣୁ ସବୁ ପରିସ୍ଥିତି କୁ ଦ୍ରୁଷ୍ଟିରେ ରଖି ରାଜଧାନୀ ଭୁବନେଶ୍ୱରର ସବୁ ପାର୍କରେ କଟକଣା ଲାଗୁ ହୋଇଛି। ପାର୍କରେ ୨ବ୍ୟକ୍ତିଙ୍କ ମଧ୍ୟରେ ୬ଫୁଟର ଦୂରତା ରହିବ । ଏହାସହ ମାସ୍କ ନପିନ୍ଧିଲେ ପାର୍କ ମଧ୍ୟକୁ ପ୍ରବେଶକୁ ଅନୁମତି ମିଳିବ ନାହିଁ। ପାର୍କରେ ଗୁଟଖା ପାନ ଖାଇବା ଉପରେ କଟକଣା ଜାରି ହୋଇଛି ।  ଏନେଇ ବିଏମସି ପକ୍ଷରୁ ସବୁ ପାର୍କରେ ନୋଟିସ୍ ଲାଗିଛି।