କୋଭିସିଲ୍ଡ ଟିକାର ଦର ଧାର୍ଯ୍ୟ କଲା ସେରମ ଇନ୍‌ଷ୍ଟିଚ୍ୟୁଟ୍, ଜାଣନ୍ତୁ କେତେ ରହିଛି ମୂଲ୍ୟ

ଭୁବନେଶ୍ୱର, ୨୧/୪: ଦେଶରେ ଏବେ ଅଣଆୟତ ସ୍ଥିତି ରେ କରୋନା ସଂକ୍ରମଣ। କରୋନାର ୨ୟ ଲହରି ଅତି ଭୟଙ୍କର ଭାବେ ମାଡି ଚାଲିଥିବା ବେଳେ ଟୀକାକରଣ ପ୍ରକ୍ରିୟାକୁ ଜୋରଦାର କରାଯାଇଛି। ଏବେ ମେ୧ ରୁ ୧୮ ବର୍ଷରୁ ଉର୍ଦ୍ଧ୍ବ ଯୁବପୀଢ଼ିଙ୍କୁ ଟୀକା ଦିଆଯିବ।

ଏହାରି ମଧ୍ୟରେ କୋଭିସିଲ୍ଡ ଟିକାର ଦର ଧାର୍ଯ୍ୟ କରିଛି ସେରମ ଇନ୍‌ଷ୍ଟିଚ୍ୟୁଟ୍। ରାଜ୍ୟ ସରକାରଙ୍କୁ ଡୋଜ ପିଛା ୪୦୦ ଟଙ୍କା ଦେବାକୁ ହେବ। ସେହିପରି ଘରୋଇ ହସ୍ପିଟାଲ ଡୋଜ ପିଛା ୬୦୦ ଟଙ୍କା ଦେବାକୁ ପଡିବ ବୋଲି ସୂଚନା ମିଳିଛି।