ଏକ ସପ୍ତାହ ପାଇଁ ଲକଡାଉନ୍ ଘୋଷଣା କଲେ ଝାଡଖଣ୍ଡ ସରକାର

ନୂଆଦିଲ୍ଲୀ, ୨୦/୪: ଦେଶରେ ଦିନକୁ ଦିନ ପୁଣିଥରେ ଅଣଆୟତ ହେବାରେ ଲାଗିଛି କରୋନା ସଂକ୍ରମଣ। ତେଣୁ କରୋନା ଚେନ ଭାଙ୍ଗିବାକୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ଝାଡ଼ଖଣ୍ଡରେ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ଝାଡଖଣ୍ଡ ସରକାର ଏକ ସପ୍ତାହ ପାଇଁ ରାଜ୍ୟରେ ସମ୍ପୂର୍ଣ୍ଣ ଲକଡାଉନ୍ ଘୋଷଣା କରିଛନ୍ତି । ସୂଚନା ଯୋଗ୍ୟ ଯେ ରାଜ୍ୟରେ ଏପ୍ରିଲ ୨୨ ତାରିଖରେ ୨୯ ତାରିଖ ଗୋଟିଏ ସପ୍ତାହ ଲକଡାଉନ ଘୋଷଣା କରାଯାଇଛି । ଏହି ସାପ୍ତାହିକ ଲକଡାଉନକୁ ସରକାର ସୁରକ୍ଷା ସପ୍ତାହ ନାମରେ ନାମିତ କରିଛନ୍ତି ।