ରାହୁଲ ଗାନ୍ଧିଙ୍କୁ କରୋନା

ନୂଆଦିଲ୍ଲୀ, ୨୦/୪:ଦେଶରେ ଦିନକୁ ଦିନ ପୁଣିଥରେ କରୋନା ସ୍ଥିତି ଅସମ୍ଭାଳ ପରିସ୍ଥିତିକୁ ଗତି କରୁଛି। ଏହାସହ କଳାକାର ଠାରୁ ଆରମ୍ଭ କରି ନେତା ମନ୍ତ୍ରୀ ସମସ୍ତେ କରୋନା କବଜାକୁ ଚାଲି ଆସୁଛନ୍ତି। ଏହାରିମଧ୍ୟରେ ଆଜି କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ କରୋନା ହୋଇଥିବା ସୂଚନା ମିଳିଛି। ଏନେଇ ସେ ନିଜେ ଟ୍ବିଟ୍‌ କରି ସୂଚନା ଦେଇଛନ୍ତି। ଏହାସହ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ କରୋନା ପରୀକ୍ଷା କରିବାକୁ ସେ ଅନୁରୋଧ କରିଛନ୍ତି।