ରାଜ୍ୟରେ ଆଜି ୫ ଜଣଙ୍କ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର, ୨୦/୪: ରାଜ୍ୟରେ ଏଣିକି ପୁଣିଥରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବା ସହ କରୋନା ଜନିତ ମୃତ୍ୟୁ ସଂଖ୍ୟା ମଧ୍ୟ ବଢୁଛି। ଆଜି ରାଜ୍ୟରେ ୫ ଜଣଙ୍କ ଜୀବନ ନେଇଛି କରୋନା । ୫ ଜଣଙ୍କ ମଧ୍ୟରେ ନୂଆପଡ଼ାରୁ ୩, କେନ୍ଦୁଝର ଓ ରାୟଗଡ଼ାରୁ ଜଣେ ଲେଖାଏଁ ମୃତ । ଏହାସହ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧୯୫୩ କୁ ବୃଦ୍ଧି ପାଇଛି ।