ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ କରୋନା

ନୂଆଦିଲ୍ଲୀ, ୧୯/୪: ଦେଶରେ ଦିନକୁ ଦିନ ପୁଣିଥରେ କରୋନା ସ୍ଥିତି ଅସମ୍ଭାଳ ପରିସ୍ଥିତିକୁ ଗତି କରୁଛି। ଏହାସହ କଳାକାର ଠାରୁ ଆରମ୍ଭ କରି ନେତା ମନ୍ତ୍ରୀ ସମସ୍ତେ କରୋନା କବଜାକୁ ଚାଲି ଆସୁଛନ୍ତି। ଏହାରିମଧ୍ୟରେ ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ କରୋନା ରିପୋର୍ଟ ପଜିଟିଭ ଆସିଛି। କରୋନାରେ ସଂକ୍ରମିତ ହେବା ପରେ ମନମୋହନଙ୍କୁ ଦିଲ୍ଲୀ ଏମ୍‌ସରେ ଭର୍ତ୍ତି କରାଯାଇଛି।