୬ ଦିନିଆ ଲକଡାଉନ ଘୋଷଣା କଲେ ଦିଲ୍ଲୀ ସରକାର

ନୂଆଦିଲ୍ଲୀ, ୧୯/୪: ଦେଶରେ ଦିନକୁ ଦିନ କରୋନା ସଂକ୍ରମଣ ଅଣଆୟତ ହେବାରେ ଲାଗିଛି। ତେଣୁ ଦିଲ୍ଲୀରେ ଲକଡାଉନ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଉପରାଜ୍ୟପାଳଙ୍କ  ସହ ଆଲୋଚନା ପରେ ଏଭଳି ସେ ନିଷ୍ପତି ନେଇଛନ୍ତି । ଆଜି ରାତି ୧୦ରୁ ସୋମବାର ସକାଳ ୫ଟା ପର୍ଯ୍ୟନ୍ତ ଲକଡାଉନ ଘୋଷଣା କରାଯାଇଛି । ଏହାସହ  ପ୍ରବାସୀ ଶ୍ରମିକଙ୍କୁ ହାତ ଯୋଡ଼ି ଅନୁରୋଧ କରି ଦିଲ୍ଲୀ ନଛାଡିବାକୁ କହିଛନ୍ତି। ସେ କହିଛନ୍ତି ଯେ ଛୋଟ ଲକଡ଼ାଉନଟିଏ ଓ ଆମେ ସବୁ ମିଶି ଲଢିବା।

ଲକଡାଉନ ସମୟରେ ସମସ୍ତ ପ୍ରକାର ଜରୁରୀ ସେବା ଜାରି ରହିବ । କିନ୍ତୁ ସମସ୍ତ ମଲ, ଜିମ୍,ସ୍ପା, ଅଡିଟୋରିୟମ, ପାର୍କ ବନ୍ଦ ରହିବ । କିନ୍ତୁ ହୋଟେଲରେ ଖାଇବା ଉପରେ ରୋକ ଲାଗିଥିବା ବେଳେ ହୋମ ଡେଲିଭରିକୁ ଅନୁମତି ମିଳିଛି ।