ପିପିଲି ଉପନିର୍ବାଚନ ପାଇଁ ସାନି ବିଜ୍ଞପ୍ତି ପ୍ରକାଶିତ

ଭୁବନେଶ୍ୱର, ୧୯/୪: ପିପିଲି ଉପନିର୍ବାଚନ ପାଇଁ ରାଜ୍ୟ ମୁଖ୍ୟ ନିର୍ବାଚନ କମିସନଙ୍କ ପକ୍ଷରୁ ସାନି ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି। ଆସନ୍ତା ମେ ୧୩ରେ ପିପିଲି ଉପନିର୍ବାଚନ ହେବ। ସେହିପରି ଏପ୍ରିଲ ୨୬ରେ  ନାମାଙ୍କନ ଦାଖଲ କରାଯିବ । କେବଳ କଂଗ୍ରେସ ଦଳକୁ ଏହି ସୁଯୋଗ ଦିଆଯିବ। ଏପ୍ରିଲ ୨୭ରେ ପ୍ରାର୍ଥିପତ୍ର ଯାଞ୍ଚ କରାଯିବ ଓ ୨୯ରେ ପ୍ରାର୍ଥିପତ୍ର ପ୍ରତ୍ୟାହାର କରାଯିବ । ମେ ୧୮ ସୁଦ୍ଧା  ନିର୍ବାଚନ ପ୍ରକ୍ରିୟାକୁ ଶେଷ କରାଯିବ।

ସୂଚନାଯୋଗ୍ୟ ଯେ ଏପ୍ରିଲ ୧୭ରେ ହେବାକୁ ଥିବା ମତଦାନ ସ୍ଥଗିତ ରହିଥିଲା । କାରଣ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଦେହାନ୍ତ ଯୋଗୁଁ ସ୍ଥଗିତ ରହିଥିଲା।