ନବୀନଙ୍କୁ ଚିଠି ଲେଖିଲେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୮/୪: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡି । ସେ ନେରେଡି ବ୍ୟାରେଜ ପ୍ରକଳ୍ପ ନିର୍ମାଣରେ ସହଯୋଗ କରିବାକୁ ଅନୁରୋଧ କରିଛନ୍ତି । ଏହାସହ ଆଲୋଚନା ପାଇଁ ଏକ ତାରିଖ ସ୍ଥିର କରିବାକୁ ଅନୁରୋଧ କରିଛନ୍ତି । ଓଡ଼ିଶା ଆସି ନବୀନଙ୍କ ସହ ଆଲୋଚନା ପାଇଁ ଚିଠିରେ  ସେ ପ୍ରସ୍ତାବ ଦେଇଛନ୍ତି।