ପୂର୍ବତନ ବିଧାୟକ ବିବେକାନନ୍ଦ ମେହେରଙ୍କ ପରଲୋକ

ଭୁବନେଶ୍ୱର, ୧୮/୪: ବଲାଙ୍ଗିର ପାଟଣାଗଡ଼ର ପୂର୍ବତନ ବିଧାୟକ ବିବେକାନନ୍ଦ ମେହେରଙ୍କ ପରଲୋକ ଘଟିଛି। କିଡ୍‌ନୀ ରୋଗରେ ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ରହିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସେ ୧୯୭୭ ଓ ୧୯୯୦ ମସିହାରେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ୧୯୮୧ରୁ ୧୯୮୩ ଯାଏ ଜନତା ଦଳର ଜିଲ୍ଲା ସଭାପତି ଓ ୧୯୭୭ରେ ସରକାରୀ ଦଳର ଉପମୁଖ୍ୟ ସଚେତକ ନିଯୁକ୍ତ ହୋଇଥିଲେ ।