ମେ ୧୩ ତାରିଖରେ ହେବ ପିପିଲି ଉପନିର୍ବାଚନ

ଭୁବନେଶ୍ୱର, ୧୭/୪: ପିପିଲି ଉପ ନିର୍ବାଚନ ନେଇ ସାନି ତାରିଖ ଘୋଷଣା ହୋଇଛି। ମେ ୧୩ ତାରିଖରେ ପିପିଲି ଉପନିର୍ବାଚନ ନେଇ ଭୋଟ୍ ଗ୍ରହଣ କରାଯିବ। ମେ ୧୬ ତାରିଖରେ ଭୋଟ୍ ଗଣତି ହେବ।ଏପ୍ରିଲ ୧୯ରେ ନିର୍ବାଚନ ପାଇଁ ବିଧିବଦ୍ଧ  ଭାବେ ବିଜ୍ଞପ୍ତି ପ୍ରକାଶ ପାଇବ। ଏପ୍ରିଲ ୨୬ରେ କେବଳ କଂଗ୍ରେସ ଦଳକୁ ନାମାଙ୍କନର ସୁଯୋଗ ଦିଆଯିବ। ଏପ୍ରିଲ ୨୭ରେ ମନୋନୟନ ପତ୍ର ଯାଞ୍ଚ କରାଯିବ ଓ ୨୯ ସୁଦ୍ଧା ନାମାଙ୍କନ ପ୍ରତ୍ୟାହାର ହେବ।
ଏନେଇ ସୂଚନା ଦେଇଛନ୍ତି ସିଇଓ ଏସକେ ଲୋହାନୀ।

ସୂଚନାଯୋଗ୍ୟ ଯେ ଏପ୍ରିଲ ୧୭ରେ ହେବାକୁ ଥିବା ମତଦାନ ସ୍ଥଗିତ ରହିଥିଲା । କାରଣ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଦେହାନ୍ତ ଯୋଗୁଁ ସ୍ଥଗିତ ରହିଛି।