କୋଭିଡ କଟକଣାର ସହ ଚାଲିପାରିବ ଶିଳ୍ପ ଉତ୍ପାଦନ କାର୍ଯ୍ୟ

ଭୁବନେଶ୍ୱର, ୧୭/୪: ରାଜ୍ୟରେ ଏବେ ପୁଣିଥରେ ଅସମ୍ଭାଳ ପରିସ୍ଥିତିରେ କରୋନା। ତେଣୁ ଏହାକୁ ରୋକିବା ଓ କରୋନା ଚେନ ଭାଙ୍ଗିବା ପାଇଁ ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଉଛି। ଯେମିତିକି ରାତ୍ରୀକାଳୀନ କର୍ଫ୍ୟୁ ଓ ସପ୍ତାହାନ୍ତ ସଟ୍‌ଡାଉନ୍‌ ଲାଗୁ କରାଯାଇଛି। କିନ୍ତୁ ଏହି ସମୟରେ ଶିଳ୍ପସଂସ୍ଥା ଗୁଡିକ ଚାଲିବ।  କୋଭିଡ କଟକଣାର ସହ ଶିଳ୍ପ ଉତ୍ପାଦନ କାର୍ଯ୍ୟ ଚାଲିପାରିବ। ଏନେଇ ସ୍ପଷ୍ଟ କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର। ଏହାସହ ସଂସ୍ଥାଗୁଡିକ କାର୍ଯ୍ୟସ୍ଥଳରେ ସଂକ୍ରମଣ ଯାଞ୍ଚ ପାଇଁ ଉପଯୁକ୍ତ ବ୍ୟବସ୍ଥା କରିବ।