ନାଇଟ କର୍ଫ୍ୟୁ ବେଳେ ଟ୍ଵିନ ସିଟିରେ ୧୪୪ ଧାରା

ଭୁବନେଶ୍ୱର, ୧୭/୪: ରାଜ୍ୟରେ ପୁଣିଥରେ ଅଣଆୟତ ସ୍ଥିତିରେ କରୋନା । ତେଣୁ ନାଇଟ କର୍ଫ୍ୟୁ ଲାଗୁ କରାଯାଇଛି। ଏହାସହ ନାଇଟ କର୍ଫ୍ୟୁ ପାଇଁ କଟକ ଓ ଭୁବନେଶ୍ବରରେ ରାତି ୯ରୁ ସକାଳ ୫ ଯାଏ  ୧୪୪ ଧାରା ବଳବତ୍ତର ରହିବ। ଏହି ସମୟରେ ବାହାରେ ବୁଲିବା ପାଇଁ ଅନୁମତି ନାହିଁ। ଏନେଇ
ଭୁବନେଶ୍ବର ଡିସିପି ଉମାଶଙ୍କର ଦାଶ ସୂଚନା ଦେଇଛନ୍ତି ।  ସେ କହିଛନ୍ତି ଯେ ବର୍ତ୍ତମାନ ସୁଦ୍ଧା କୌଣସି ପାସ୍‌ର ବ୍ୟବସ୍ଥା ନାହିଁ ।କୌଣସି ଜରୁରୀକାଳୀନ ସେବା ପ୍ରଦାନକାରୀ ସଂସ୍ଥାରେ କାମ କରୁଥିଲେ ଆବଶ୍ୟକୀୟ ପ୍ରମାଣପତ୍ର ଜରୁରୀ ରହିିିଛି। ହୋମ ଡେଲିଭରି ସର୍ଭିସକୁ ଅନୁମତି ଅଛି। ସୂଚନା ଯୋଗ୍ୟ ଯେ ଆଜି ରାତିରୁ କଟକ-ଭୁବନେଶ୍ବରରେ ନାଇଟ କର୍ଫ୍ୟୁ ଲାଗୁ କରାଯିବ।