କଟକ ବେଲଭିଉରେ ହେବ ଲ’ ପାର୍କ

କଟକ, ୧୭/୪: କଟକ ସ୍ଥିତ ବେଲଭିଉରେ ଏକ ଲ’ ପାର୍କ କରାଯିବ। ସେଠାରେ ୪୦ରୁ ୫୦ ଏକର ଜମିରେ ଏହି ପାର୍କ କରାଯିବ। ଏହି ଲ ପାର୍କରେ ମ୍ୟୁଜିଅମ ସହ  ମହାମନିଷୀମାନଙ୍କ ପ୍ରତିମୂର୍ତ୍ତି ରହିବ। ସେହିପରି ଦିବଂଗତ ବିଚାରପତି ଓ ଆଇନଜୀବୀଙ୍କ ପ୍ରତିମୂର୍ତ୍ତି ବି ରହିବ । ଏହି କାର୍ଯ୍ୟ ପାଇଁ ହାଇକୋର୍ଟଙ୍କ ସହ ଆଲୋଚନା ସରିଛି । ସଂସ୍କୃତି ବିଭାଗ ନିର୍ଦ୍ଦେଶକ ରଞ୍ଜନ ଦାସ ଏନେଇ ସୂଚନା ଦେଇଛନ୍ତି।