ଚଳିତ ବର୍ଷ ସ୍ୱାଭାବିକ ରହିବ ମୌସୁମୀ ବର୍ଷା

ଭୁବନେଶ୍ୱର, ୧୬/୪: ରାଜ୍ୟରେ ଅସହାୟ ତାତି କୁ ଖରା ବଢି ଚାଲିଥିଲା। ଏବେ କିନ୍ତୁ ସ୍ଥାନେ ସ୍ଥାନେ ବର୍ଷା ହେଉଛି। କିନ୍ତୁ ଚଳିତ ବର୍ଷ ସ୍ୱାଭାବିକ ରହିବ ମୌସୁମୀ ବର୍ଷା। ଏହିପରି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର । ଚଳିତ ବର୍ଷ ମୌସୁମୀ ବର୍ଷା ପ୍ରାୟ ୯୮% ହେବା ସମ୍ଭାବନା ରହିଛି। ଜୁନ୍‌ରୁ ସେପ୍ଟେମ୍ବର ମଧ୍ୟରେ ୯୮% ବର୍ଷା ହେବା ସମ୍ଭାବନା ରହିଛି ବୋଲି ପୂର୍ଵନୁମାନ କରିଛି ପାଣିପାଗ ବିଭାଗ।